ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳବିଭାଜିକା ଭିବିଜି-ରାମଜି ଆସିଷ୍ଟାଣ୍ଟ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ  ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ  ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ।  ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି ଭିବିଜି-ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା। ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ କାମ ଶେଷ ହେବା ପରେ ତାର ବିଲ୍‌ କରାଇଦେବା ପରେ ସେ ମୋଟା ଅଙ୍କର ପିସି ଦାବି କରିଥିଲେ। ବିଲ୍ ପାସ୍ କରାଇବା ବଦଳରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚନେଉଥିଲେ। ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

You might also like