ଓଡ଼ିଶା ବିଧାନସଭାକୁ ଆସିବେ ଉପରାଷ୍ଟ୍ରପତି

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି। ଆସନ୍ତା ୧୫ ତାରିଖରେ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି।୧୬ ତାରିଖରେ ଓଡ଼ିଶା ବିଧାନସଭାରେ ଆୟୋଜିତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସପ୍ତଦଶ ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ସଦସ୍ୟ ରହିଛନ୍ତି। ନୂଆ ବିଧାନସଭା ଗଠନ ପରେ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ନିୟମାବଳୀ, ସଂସଦୀୟ ପରମ୍ପରା ଏବଂ ଗୃହରେ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଉଛି।ବିଧାୟକମାନେ କିପରି ଗୃହରେ ନିଜର ମତ ରଖିବେ, ପ୍ରଶ୍ନ ଉଠାଇବେ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବେ, ସେନେଇ ମଧ୍ୟ ଦିଆଯିବ ମାର୍ଗଦର୍ଶନ।ବିଧାୟକମାନେ କିପରି ଗୃହରେ ନିଜର ମତ ରଖିବେ, ପ୍ରଶ୍ନ ଉଠାଇବେ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବେ, ସେନେଇ ମଧ୍ୟ ଦିଆଯିବ ମାର୍ଗଦର୍ଶନ। ଆସନ୍ତା ନଭେମ୍ବର ୧୮ରୁ ଡିସେମ୍ବର ୩୧ ଯାଏଁ ବିଧାନସଭାର ଅଷ୍ଟମ ଅଧିବେଶନ ଚାଲିବାକୁ ଥିବାରୁ ଏହି ପ୍ରଶିକ୍ଷଣକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

You might also like