କଟକରେ ଭୟାବହ ଅଗ୍ନିକାଣ୍ଡ, ନାତି ମୃତ ଓ ଜେଜେ ଗୁରୁତର

ଭୁବନେଶ୍ଵର (ରାଜ୍ୟ କାହାଣୀ)କଟକରେ ଭୟାବହ ଅଗ୍ନିକାଣ୍ଡ । କଟକ ହାତୀପୋଖରୀରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି ।ନିଆଁ ଲାଗି ଜଣେ ନାବାଳକଙ୍କ ଜୀବନ ଯାଇଛି । ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଅଗ୍ନିକାଣ୍ଡକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଅନ୍ୟପଟେ ନିଆଁ ଲିଭାଇବାକୁ ଦୁଇ ଦମକଳ କେନ୍ଦ୍ରର ଉଦ୍ୟମ ଜାରି ।ତେବେ କେଉଁ ପରିସ୍ଥିତିରେ ତିନି ମହଲା କୋଠାରେ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ।

You might also like