ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି। ତେବେ ଏଥି ପାଇଁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି।