ଭତ୍ତା ସମସ୍ୟା ନେଇ ବଡ଼ ଖବର , ସପ୍ତାହେ ଭିତରେ ସମାଧାନର ଆଶ୍ୱାସନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ସବୁ ରାଜ୍ୟର ସମସ୍ୟା । ବର୍ତ୍ତମାନ ଭତ୍ତା ବ୍ୟବସ୍ଥା ସହ ଜଡିତ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ କାମ ଚାଲିଛି ।ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଏହି ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସଫ୍ଟୱେର ତ୍ରୁଟି ଯୋଗୁଁ ଯେଉଁ ହିତାଧିକାରୀଙ୍କ ଭତ୍ତା ବକେୟା ରହିଯାଇଛି, ସମସ୍ୟା ସମାଧାନ ପରେ ସେମାନଙ୍କୁ ସମସ୍ତ ବକେୟା ଟଙ୍କା ଏକକାଳୀନ ଭାବେ ପ୍ରଦାନ କରାଯିବ । ଫଳରେ ଭତ୍ତା ପାଇଁ ଅପେକ୍ଷା କରୁଥିବା ବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି ।