୧୦ ଦିନ ବିନା ବ୍ୟାଗ୍‌ରେ ଆସିବେ ପିଲା, ଶନିବାର ବସ୍ତାନି ବିହୀନ ଦିବସ

ଭୁବନେଶ୍ୱର (ରାଜ୍ୟକାହାଣୀ )ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ ରେ ସ୍କୁଲ୍ ଆସିବେ ପିଲା। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲ୍ ସ୍ତରରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏନ୍ ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ ହୋଇଛି। ଏଣିକି ଏନଇପି ଆଧାରରେ ସ୍କୁଲରେ ହେବ ପାଠପଢ଼ା। ସମସ୍ତ ଶ୍ରେଣୀର ପିଲାଙ୍କ ଉପରୁ ବିଷୟବସ୍ତୁର ଭାର ହ୍ରାସ କରାଯିବ । ଗୋଟିଏ ଶିକ୍ଷାବର୍ଷରେ ୨୩୦ଦିନ ସ୍କୁଲ ଖୋଲାଯିବ । ଏଥିରୁ ୨୦ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଭଳି ଅନ୍ୟ କାର୍ଯ୍ୟ ପାଇଁ ଦିଆଯିବ । ୨୦ଦିନ ସ୍କୁଲର ବାର୍ଷିକ ଉତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟ ଉତ୍ସବ ଆଦି ପାଳନ କରାଯିବ । ଏଥିସହ ବାର୍ଷିକ ୧୦ ଦିନ ବ୍ୟାଗ୍‌ବିହୀନ ଦିବସ ଅର୍ଥାତ୍‌ ବିନା ବ୍ୟାଗ୍‌ରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ ।  ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୧୦ ଦିନ ସ୍କୁଲ୍  ବ୍ୟାଗ୍  ମନା। ବୃଦ୍ଧିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ୍ ରୁ ଗୋଟିଏ ବସ୍ତାନି ବିହୀନ ଦିବସ ରହିବ।ଏସବୁକୁ ବାଦ୍‌ ଦେବା ପରେ ଶିକ୍ଷାବର୍ଷରେ ୧୯୦ଦିନ ଶିକ୍ଷାଦାନ କରାଯିବ । ଏପରି ଏକ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

You might also like