ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଅପିଲ

ରୁଷ୍ ଓ ୟୁକ୍ରେନ ମଧ୍ୟରେ ଗତ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଖୋଲା ଚିଠି ଲେଖି ମୁହାଁମୁହିଁ ସାକ୍ଷାତ ପ୍ରସ୍ତାବ ଦେଇଛନ୍ତି ।ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପତ୍ର ଓ୍ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ଜେଲେନସ୍କି ଋଷୀୟ ନେତାଙ୍କ ସହ ସାମ୍ନାସାମ୍ନି ବୈଠକ ପାଇଁ ଆଗଭର ଅଛନ୍ତି । ଏହା ଶାନ୍ତି ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛି । ଯୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି । କିଭ୍ ଯୁଦ୍ଧ ବିରତି ପାଇଁ ପ୍ରସ୍ତୁତ ଅଛି ।ଆହୁରି ମଧ୍ୟ ଜେଲେନସ୍କି କହିଛନ୍ତି ଯେ, ଉଭୟ ଦେଶ ଗିରଫ କରିଥିବା ପରସ୍ପରର ସୈନ୍ୟଙ୍କୁ ଛାଡିବା ଦରକାର । ଏହା ଶାନ୍ତି ଆଲୋଚନାର ପ୍ରଥମ ସୋପାନ ହେବ । ଏହା ଯୁଦ୍ଧକୁ ରୋକିବାରେ ବଡ ପଦକ୍ଷେପ ହେବ । ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଯୁଦ୍ଧ ରୋକିବାକୁ ଅନେକ ସ୍ତରରେ ଆଲୋଚନା ଚାଲିଛି । ଆମେରିକା ଉଭୟ ଦେଶର ଯୁଦ୍ଧ ରୋକିବାକୁ ଖୁବ୍ ମଧ୍ୟସ୍ତତା କରୁଛି । ଜେଲେନସ୍କି ରୁଷ୍‌କୁ ସମାଲୋଚନା କରି କହିଛନ୍ତି ଯେ, ରୁଷ୍‌ ସ୍ଥଳଭାଗ ଯୁଦ୍ଧରେ ସଫଳ ହୋଇପାରିଲା ନାହିଁ ବୋଲି ଏବେ ବାଲିଷ୍ଟିକ ‌କ୍ଷେପଣାସ୍ତ୍ର ଅଧିକ ବ୍ୟବହାର କରୁଛି। ସେ ଆହୁରି କହିଛନ୍ତି, ରୁଷ୍‌ ଚାହୁଛି ଏହି ଯୁଦ୍ଧ ଆହୁରି ବର୍ଷେ କିମ୍ବା ଦୁଇ ବର୍ଷ ଜାରି ରହୁ, ଯଦ୍ବାରା ମସ୍କୋ ଯେକୌଣସି ପ୍ରକାରେ କିଛି ସଫଳତା ହାସଲ କରିପାରିବ। ଏପଟେ ଋଷ କହିଛି ଯେ ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ୟୁକ୍ରେନ ସହିତ ଚୁକ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାସହ ଋଷ ସେନା ଡୋନେଟସକ୍ ର ୮୫ ପ୍ରତିଶତ ଅଞ୍ଚଳକୁ କବଜା କରିନେଇଥିବା ପୁଟିନ ଦାବି କରିଥିଲେ ।

You might also like