ନଦୀରେ ଗାଧୋଇବା ବେଳେ କୁମ୍ଭୀର ସହ ଲଢ଼ିଲେ ଜୀବନ ବଞ୍ଚାଇଲେ ଯୁବକ
ଭୁବନେଶ୍ୱର (ରାଜ୍ୟକାହାଣୀ )କେନ୍ଦ୍ରାପଡାଜିଲ୍ଲା ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ଆଜି କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଛନ୍ତି | ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟ ଭିତରେ ଗାଧୋଉଥିବାବେଳେ ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ |୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା । ତେବେ କୁମ୍ଭୀର ଆକ୍ରମଣରେ ଆହତ କ୍ଷମାନିଧିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦୁଇ ଗୋଡ଼ରେ ପ୍ରାୟ ୫୦ଟି କ୍ଷତ ହୋଇଛି । ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ସହ କ୍ଷମାନିଧି ଓ ଗ୍ରାମବାସୀଙ୍କ ଲଢେଇ ହୋଇଥିଲା ।