ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି, ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ରାଜ୍ୟକାହାଣୀ )କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ଅପରାଧୀ ଓ ଅନୁ ପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଲେ ପୁଲିସ୍‌ ଡିଜି ଯୋଗେଶ ବାହାଦୁର୍‌ ଖୁରାନିଆ । ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଓଡ଼ିଶାକୁ ସଂଯୋଗ ହେଉଥିବା ଅନ୍ୟ ରାଜ୍ୟ ଓ ବିଭିନ୍ନ ଦେଶରୁ ଅନେକ ବେଆଇନ କାରବାର ବଢ଼ୁଥିବାରୁ ଆଣ୍ଟି ସୋସିଆଲ, ନକ୍ସଲ, ସୁପାରି କିଲର୍‌, କଣ୍ଟ୍ରାକ୍ଟ କିଲର ଓ ପେଶାଦାର ଅପରାଧୀଙ୍କ ପାଦ୍ରୁଭାବ ବଢୁଛି, ଯାହା ଉପରେ କଡ଼ା ନଜର ରଖାଯାଇଛି ।ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ୧୮ ଟି ଏଜେନ୍ସୀ । ତଟ ସୁରକ୍ଷା ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି କମାଣ୍ଡ କଣ୍ଟ୍ରୋଲ ରୁମ୍ । ଆସନ୍ତା ୨୪ ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ବୃହତ୍ ସମ୍ମିଳନୀ ହେବ। ଏଥିରେ ଦେଶର ସମସ୍ତ ତଟବର୍ତ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭାଗ ନେବେ ।ସେପଟେ ହାଇ ଆଲର୍ଟରେ କେନ୍ଦ୍ରାପଡା ଉପକୂଳବର୍ତ୍ତୀ ଅଞ୍ଚଳ । ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ କେନ୍ଦ୍ରାପଡା ପ୍ରଶାସନ ପକ୍ଷରୁ ସୀମା ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି l

You might also like