ତିନି ବର୍ଷର ପ୍ରେମ ସଂପର୍କରେ ଅଧା ରହିଲା ବାହାଘର, ସ୍ତ୍ରୀକୁ ବେଦୀରୁ ଛାଡ଼ି ପଳେଇଗଲା ବର

ଭୁବନେଶ୍ୱର (ରାଜ୍ୟକାହାଣୀ )ଅଧା ବିବହାରୁ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳେଇଗଲା । ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ରାଧା କୃଷ୍ଣ ମନ୍ଦିରରେ । ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩ ମାସ ହେବ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ମଧ୍ୟ ରହୁଥିଲେ। ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ କରିବା ପରେ ବିଧି ଅନୁସାରେ ମନ୍ଦିରରେ ବିବାହ କରିବାକୁ ମନସ୍ଥ କରିଥିଲେ। ହେଲେ ବିବାହ ଚାଲିଥିବା ବେଳେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିର ଭିତରେ ଧସେଇ ପଶି ବରକୁ ନେଇ ଯିବାକୁ ଉଦ୍ୟମ କରିବା ସହ ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ ।ତେବେ ବର କ୍ଷୀରୋଦ ମହାନ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ କନ୍ୟା ଲାବଣ୍ୟ ସ୍ମିତା ପୁଅକୁ ବିବାହ କରିବାକୁ ଜିଦ୍ ଧରିଛି । ଅନ୍ୟପଟେ ବର ଘର ପରିବାର ପକ୍ଷରୁ ଏହି ବିବାହକୁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୋଲିସ ତଦନ୍ତ ଜାରି ରଖିଛି । ତେବେ ବଢ଼ିଲା ଝିଅ ଘରୁ ପାଦ କାଢିଲା ପରେ ପୁଣି, ଅଧା ବିବାହରୁ ଘରକୁ ନେଇ ଯିବେ ସେନେଇ ଚିନ୍ତାରେ କନ୍ୟା ପରିବାର।

You might also like