କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଡିକେ ଶିବକୁମାର

ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ତାଙ୍କୁ ରାଜ୍ୟପାଳ ଥାଓ୍ଵରଚନ୍ଦ ଗେହଲଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସିଦ୍ଧରମୈୟା ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ଗାଦି ଡିକେଙ୍କ ପାଖକୁ ଆସିଛି।ଲୋକଭବନରେ ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲୋକଭବନରେ ପହଞ୍ଚିଥିଲେ। ଏହା ପୂର୍ବରୁ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଲ୍‌ ବିମାନବନ୍ଦରରେ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ। ଶିବକୁମାରଙ୍କ ପତ୍ନୀ ଉଷା ଓ ଝିଅ ଐଶ୍ୱର୍ଯ୍ୟା ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। 

You might also like