ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ମେୟର ସୁଲୋଚନା ଦାସ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଗିଗଲେ ମେୟର । ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଗିବା ସହ ବିଏମ୍‌ସି କର୍ମଚାରୀଙ୍କ ତାଗିଦ ମଧ୍ୟ କରିଛନ୍ତି । ରୂପାଲି ଛକ ନିକଟରେ ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯକ୍ରମ ଚାଲିଥିବା ବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡ଼ରେ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆକୁ ଦେଖି ବିରକ୍ତ ହୋଇଥିଲେ। କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ । ସରକାରୀ ଜାଗାରେ ହୋଇଥିବା ସର୍ଭିସ ସେଣ୍ଟରକୁ ସିଲ କରିଦେଇଛି ବିଏମସି । ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

You might also like