ପୁଣି ବସ୍ ଭଡ଼ା ବଢାଇଲେ ରାଜ୍ୟ ସରକାର
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇଛନ୍ତି ସରକାର । ଏଥର ପୁଣି ବସ୍ ଭଡ଼ା ବୃଦ୍ଧି କରାଯାଇଛି । କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି କରାଯାଇଛି । ଏନେଇ କିଛିଦିନ ହେବ ରାଜ୍ୟର ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ । ଏହାସହ ସେମାନେ ପରିବହନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ବର୍ଦ୍ଧିତ ବସ୍ ଭଡ଼ା ଆସନ୍ତା କାଲି ଠାରୁ ଲାଗୁ ହେବ । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରାଯାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ବି ସମାନ ପରିମାଣର ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରାଯାଇଛି । ସୁପର ଡିଲକ୍ସ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇଛି । ସୂଚନା ଥାଉକି ମେ’ମାସ ୧୫ ତାରିଖରେ ମଧ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ ।