ଜୁନ୍ ୩ରୁ ୫ ଯାଏଁ ପୁରୀରେ ହେବ ବ୍ରିକ୍ସ ସମ୍ମିଳନୀ,ଉଦଘାଟନ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ: ରାଜସ୍ୱ ମନ୍ତ୍ରୀ

ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଜୁନ୍ ୪ ତାରିଖରେ ଉଦଘାଟନ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ବ୍ରିକ୍ସ୍ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ମଧ୍ଯ ଏହି ତିନିଦିନିଆ ବୈଠକରେ ଯୋଗ ଦେବେ lବ୍ରିକ୍ସ୍ (BRICS) ହେଉଛି ବିଶ୍ୱର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏକ ପ୍ରମୁଖ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନ ଏବଂ ଭୂ-ରାଜନୈତିକ ମଞ୍ଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ୍ ଓ ଇଣ୍ଡୋନେସିଆ। ସାମୂହିକ ଭାବେ ଏହି ଗୋଷ୍ଠୀ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ଏବଂ ବିଶ୍ୱର ମୋଟ ଜାତୀୟ ଉତ୍ପାଦନ(GDP)ର ଏକ-ତୃତୀୟାଂଶରୁ ଅଧିକ ଅଂଶର ପ୍ରତିନିଧିତ୍ୱ କରେ।ବିପର୍ଯ୍ୟସ୍ତ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ଵସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜନ କରିବାର ସୁଯୋଗ ମିଳିଛି । ବୈଠକରେ ସ୍ଥାୟୀ ଡ଼ିଆରଆର ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ବୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

You might also like