ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର

ପେଟ୍ରୋଲ ଡିଜେଲ ପରେ ଏବେ ସିଏନଜି ମହଙ୍ଗା ହୋଇଛି। ଦିଲ୍ଲୀ-ଏନସିଆରରେ ସିଏନଜିର ଦର କିଲୋଗ୍ରାମ ପିଛା ୨ଟଙ୍କା ବଢ଼ି ୮୩.୦୯ ପ୍ରତି କିଲୋ ପହଞ୍ଚିଛି। ତେଲ-ଗ୍ୟାସର ଦର ଲାଗାତାର ଭାବେ ବଢ଼ିଚାଲିଛି। ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି । କେବଳ ଗୋଟିଏ ମାସ ମଧ୍ୟରେ ଚାରି ଥର ମୂଲ୍ୟ ସଂଶୋଧନ କରାଯାଇଛି। ଯେତେବେଳେ ଜଣେ ଗ୍ରାହକ ନିଜ ଗାଡ଼ିର ଟାଙ୍କି ପୂରଣ କରିବା ପାଇଁ ପେଟ୍ରୋଲ ପମ୍ପକୁ ଯାଆନ୍ତି, ସେତେବେଳେ ସେମାନଙ୍କୁ ଗତ ଥର ଅପେକ୍ଷା ଅଧିକ ବିଲ୍ ଦେବାକୁ ପଡ଼ୁଛି। ଏହି ନିରନ୍ତର ବୃଦ୍ଧି ଧାରା ମଧ୍ୟବିତ୍ତ ବର୍ଗର ଚିନ୍ତାକୁ ବୃଦ୍ଧି କରିଛି।

You might also like