ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର: ସଞ୍ଜୟ ଲାଠ୍

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ।ଆଗକୁ ଆହୁରି ଦର ବଢ଼ିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା ।ଯେତେବେଳେ ପର୍ଯ୍ୟନ୍ତ ଯୁଦ୍ଧ ନ କମିଛି, ସେତେ ଦିନ ଯାଏଁ ତୈଳ ଦର ହ୍ରାସ ପାଇବ ନାହିଁ । ଏବେ ହର୍ମୁଜ ପ୍ରଣାଳୀରେ କ୍ରୁଡ଼ ଅଏଲ ଆସିପାରୁନି । ବିକଳ୍ପ ବ୍ୟବସ୍ଥା ଅର୍ଥାତ ଦକ୍ଷିଣ-ଆଫ୍ରିକା ଦେଇ ଆଣିବା ଦର ବୃଦ୍ଧିର ମୁଖ୍ୟ କାରଣ । ଆଜି ବଡ଼ ବୈଠକ ଅଛି ଇରାନ-ଆମେରିକା ମଧ୍ୟରେ । ଚୁକ୍ତି ହେଉଛି କି ଯୁଦ୍ଧ ହେଉଛି ତା ଉପରେ ନଜର ରହିଛି ।

You might also like