ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ: ମଧ୍ୟପ୍ରାଚ୍ୟ ସଙ୍କଟ ନେଇ କହିଲେ ଜୟଶଙ୍କର

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ରାଜ୍ୟ ସଭାରେ କହିଛନ୍ତି, ସରକାର ଏହି ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଭାରତ ଚାହେଁ ଯେ, ଏହି ସଙ୍କଟର ସମାଧାନ କୂଟନୀତି ଓ ଆଲୋଚନା ମାଧ୍ୟମରେ ହେଉ। ସେ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦୁଇ ଜଣ ଭାରତୀୟ ନାବିକ ଜୀବନ ହାରିଛନ୍ତି । ଏହାସହ ଜଣେ ନିଖୋଜ ଅଛନ୍ତି । ଇରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସଂସ୍ପର୍ଶରେ ରହିଛି । ଯଥାସମ୍ଭବ ସାହାଯ୍ୟ କରାଯାଉଛି । ଦୂତାବାସ ଚାଲୁ ରହିବା ସହ ହାଇ ଆଲର୍ଟରେ ଅଛି । ସେମାନେ ଭାରତୀୟଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।ଏସ. ଜୟଶଙ୍କର କହିଛନ୍ତି, ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ। ଆମେ ଏକ ପଡ଼ୋଶୀ ଅଞ୍ଚଳ, ଏବଂ ପଶ୍ଚିମ ଏସିଆରେ ସ୍ଥିରତା ବଜାୟ ରଖିବା ଆମର ଦାୟିତ୍ୱ। ଏକ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ରୁହନ୍ତି ଏବଂ କାମ କରନ୍ତି। କିଛି ହଜାର ଭାରତୀୟ ମଧ୍ୟ ଅଧ୍ୟୟନ କିମ୍ବା ନିଯୁକ୍ତି ପାଇଁ ଇରାନରେ ଅଛନ୍ତି। ଏହି ଅଞ୍ଚଳ ଆମର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତୈଳ ଓ ଗ୍ୟାସ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ଏଠାରେ ରହିଛନ୍ତି। ସଙ୍କଟ ଯୋଗୁ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହୋଇଛି।

You might also like