କୋଲକାତାରେ ଭୂମିକମ୍ପର ଝଟକା !ଭୂକମ୍ପରେ ଥରିଲା କଟକ ଓ ବାଲେଶ୍ୱର

ଭୁବନେଶ୍ୱର (ରାଜ୍ୟକାହାଣୀ )ଭୂମିକମ୍ପରେ ଥରିଲା କୋଲକାତା…ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି ।

ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲାସେପଟେ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ। ଆଜି ଅପରାହ୍ନ ପ୍ରାୟ ୧ଟା ୨୩ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲୋକେ ଅନୁଭବ କରିଥିଲେ। ପ୍ରାୟ ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ଭୂମି କମ୍ପିଥିବା କୁହାଯାଉଛି। ଏହିକ୍ରମରେ କଟକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ତେବେ କେତେ ତିବ୍ରତାରେ ଭୂକମ୍ପ ଝଟ୍‌କା ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍ଥାନେ ସ୍ଥାନେ ଲୋକ ବାହାରକୁ ଆସିଥିବାର ଦେଖିବାକୁ ମିଳିଥିଲା । ଏମିତିକି ଲୋକ ଭୟରେ କିଛି ସମୟ ପାଇଁ ବାହାରେ ଛିଡ଼ା ହୋଇଥିଲେ ।

You might also like