୯ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ କ୍ୟାବିନେଟରେ ବାଜିଲା ୯ଟି ପ୍ରସ୍ତାବ ଉପରେ ମୋହର। ଶୁକ୍ରବାର ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଭଳି ପ୍ରସ୍ତାବ ସହ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମହିଳାଙ୍କୁ ମିଳିବ ୨ଟି କିସ୍ତି ଟଙ୍କା ।  ୨୦୨୪ ଦୁଇଟି କିସ୍ତିର ୧୦ହଜାର ଟଙ୍କା ହିତାଧୀକାରୀଙ୍କୁ ଏକକାଳୀନ ପ୍ରଦାନ କରାଯିବ।  ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାସିକ ୩୫୦୦ ଭତ୍ତା ପ୍ରଦାନ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ ।  ଏଣିକି ମାସିକ ଭତ୍ତା ୧୨୦୦ଟଙ୍କାରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ ମୋହର ମାରିଛି । ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ସାମିଲ ରହିଛି ।ସେହିଭଳି କ୍ୟାବିନେଟରେ ଯୋଜନା ଓ ସଂଯୋଜକ ବିଭାଗ ଅଧୀନସ୍ଥ ‘ଓଡ଼ିଶା ଅର୍ଥନୀତି ଓ ପରସଂଖ୍ୟାନ ସେବା ବର୍ଗ (OS & ES) ଏବଂ ‘ଓଡ଼ିଶା ଅଧସ୍ତନ ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗର (OSS & ES କ୍ୟାଡର)ର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଯାହାଦ୍ବାରା ପରିସଂଖ୍ୟାନ ଅଧିକାରୀ ପଦ ସଂଖ୍ୟା ୧୭୨ରୁ ୧୫୫କୁ ହ୍ରାସ କରାଯିବ। ଏହାସହ ଓଡ଼ିଶା ସରକାରଙ୍କ କାର୍ଯ୍ୟ ନିୟମାବଳୀରେ ଥିବା ଇସ୍ପାତ ଓ ଖଣି ବିଭାଗ ବିଷୟରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନନ୍‌ ଏନଏଫଏସଏ/ଏସଏଫଏସଏସ ଆବେଦନର ବିଚାର ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛି କ୍ୟାବିନେଟ।  ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ୧କିଲୋ ୱାଟ୍‌ର ସୋଲାର ପାଇଁ ରାଜ୍ୟ ସରକାର ଅତିରିକ୍ତ ୨୫ ହଜାର ଟଙ୍କା ଦେବେ ।  କେନ୍ଦ୍ରର ୩୦ ହଜାର ସବ୍‌ସିଡି ବାଦ୍‌ ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ ।  ସେହିପରି ୩ କିଲୋୱାଟ୍‌ ସୋଲର ଲଗାଇଲେ ରାଜ୍ୟ ସରକାର ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ ।

Leave A Reply

Your email address will not be published.

two × five =