ଆଜିଠାରୁ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । 

 ବରଗଡ(ରାଜ୍ୟକାହାଣୀ) ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିବେଷଣ ହେବ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା । ଆଜି ଉଦଘାଟନୀ ଉତ୍ସବ । ଆଜିଠାରୁ ବରଗଡ଼ ସହର ପାଲଟିବ ଦ୍ବାପର ଯୁଗର ମଥୁରା ନଗରୀ । ବରଗଡ଼ରେ ଚାଲିବ କଂସ ରାଜୁତି। ପରମ୍ପରା ଅନୁସାରେ ମହାରାଜ କଂସଙ୍କ ନିର୍ଦ୍ଦେଶ ପାଳିବ ପୋଲିସ ପ୍ରଶାସନ। ସେହିପରି ଅମ୍ବାପାଲି ପାଲଟିବ ଗୋପପୁର ଓ ଜୀରା ନଦୀ ସାଜିବ ଯମୁନା । ସହରର ଲୋକ ମଣ୍ତପ ପଡ଼ିଆରେ ହୋଇଛି ମହାରାଜ କଂସଙ୍କ ରଙ୍ଗମହଲ ।ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ଦେଢ଼ କୋଟିକୁ ବୃଦ୍ଧି କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଥିଲେ ଧନୁଯାତ୍ରାରେ ଏଥର ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ । ଏହି ବର୍ଦ୍ଧିତ ଅନୁଦାନ ପାଇଁ ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି । 

Leave A Reply

Your email address will not be published.

2 × four =