ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାରାଭ୍ୟାନ । ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ । ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ । ସ୍ୟାଣ୍ଡ୍ ପିବେଲସ୍ ଟୁର୍ ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସେବା ଯୋଗାଇବା।

You might also like