ଲେମନଟ୍ରି ଭରତପୁରେ କାର୍ତ୍ତିକ ମାସ ପାଇଁ ହବିଷ ସ୍ପେଶାଲ
ଭୁବନେଶ୍ୱର (ରାଜ୍ୟ କାହାଣୀ) :ରାଜଧାନୀ ଭୁବନେଶ୍ୱର ଭରତପୁରଠାରେ ଥିବା ୪ ଷ୍ଟାର ହୋଟେଲ ଲେମନଟ୍ରିରେ କାର୍ତ୍ତିକ ମାସ ପାଇଁ ହବିଷ ସ୍ପେଶାଲ ଥାଳି ବ୍ୟବସ୍ଥା ଆରମ୍ଭ ହୋଇଛି। ନଭେମ୍ବର ୨୧ ରୁ ୨୪ ପର୍ଯ୍ୟନ୍ତ ପଞ୍ଚୁକ ପାଇଁ ହୋଟେଲ ପକ୍ଷରୁ ପଞ୍ଚୁକ ହବିଷ ଖାଦ୍ୟ ବ୍ୟଞ୍ଜନରେ ରୁଚି ରଖୁଥିବା ଖାଦ୍ୟପ୍ରେମୀଙ୍କ ପାଇଁ ଏହା ସୁଯୋଗ ଆଣିଛି।ଯେଉଁ ମାନେ ଏହି ହବିଷ ଥାଳି ଖାଇବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହବିଷ ଥାଳି ଅର୍ଡ଼ର ଦେଇ ଖାଇ ପାରିବେ।

ଏହାସହ ହବିଷ ସ୍ପେଶାଲରେ ଓଡ଼ିଆ ରୁଚିପୂର୍ଣ୍ଣ ହବିଷ ଡାଲମା ଅଗସ୍ତି ଶାଗ ମୁଗ ଓଉ ଖଟା ଅଗସ୍ତି ଫୁଲ ପୀଠାଉ ଭଜା ପାଳୁଅ କ୍ଷୀରି ଗଜ ମଣ୍ଡା ଏବଂ ଟଙ୍କ ତୋରାଣି ସୁସ୍ୱାଦୁ ଥାଳିରେ ମିଳିବ। ବିଶେଷ କରି ଅନେକ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ ମଧ୍ୟ ହୋଟେଲ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବୋଲି ଲେମନଟ୍ରି ଭରତପୁରର ଜେନେରାଲ ମ୍ୟାନେଜର ଚନ୍ଦନ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତାକାଲି ଠାରୁ ଲଞ୍ଚ ଟାଇମ ଦିନ ୧୨ ଟା ରୁ ସାଢେ ୩ଟା ମଧ୍ୟରେ । ଏହା ସମ୍ପୂର୍ଣ ବିନା ପିଆଜ ରସୁଣରେ ମିଳିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି ।