ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ
ଭୁବନେଶ୍ଵର(ରାଜ୍ୟ କାହାଣୀ) ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି । ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି ।୮୨ ହଜାର ୩୬ ଜଣଙ୍କର ଡିବିଟି ଆକ୍ଟିଭ୍ ପାଇଁ କୁହାଯାଇଛି। ୨୮ ହଜାର ୬୧୧ ଜଣଙ୍କର ବାୟୋମେଟ୍ରିକ୍ E-KYC ହୋଇନି।ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ସରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ମହିଳା କଲ୍ୟାଣମୂଳକ ଯୋଜନା। ଏହା ୧୭ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଯୋଜନା ଅର୍ଥନୈତିକ ଭାବରେ ଦୁର୍ବଳ ବର୍ଗର ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ।