ସାମ୍ବାଦିକଙ୍କୁ ‘ଲୋକସେବା ଭବନ’ପ୍ରବେଶ କଟକଣାକୁ ଦୃଢ଼ ବିରୋଧ lନିଷ୍ପତି ପ୍ରତ୍ୟାହାର ନହେଲେ ରାଜ୍ୟବ୍ୟାପି ଆନ୍ଦୋଳନ ହେବ
ଭୁବନେଶ୍ୱର( ରାଜ୍ୟ କାହାଣୀ )ରାଜ୍ୟରେ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନେ ନିଜର ବୃତ୍ତି ଗତ କାର୍ଯ୍ୟ ସମ୍ପାଦଣପାଇଁ ଲୋକସେବା ଭବନକୁ ଯିବାରେ କଟକଣାକୁ ଯଥା ’’ ଅଧିସୀକୃତିପ୍ରାପ୍ତ କାର୍ଡକୁ ‘’ ବରଣ କରିବା ଏକ ଦୁର୍ଭାଗ୍ୟ ଜଣକ ଘଟଣା, ଏଥିନେଇ ସାମ୍ବାଦିକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି , ତଥା ସରକାର ଏହି ବରଣକୁ ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବା ବୋଲି ନିଷ୍ପତି ନିଆଯାଇଛି lଓଡିଶା ପ୍ରେସ୍ କ୍ଲବ ପରିସରରେ ଅଧିସୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସରକାରଙ୍କର ଏହିଭଳି ସାମ୍ବାଦିକ ବିରୋଧୀ ଆଚରଣକୁ ନେଇ ଗୋଟିଏ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା ଓତୁରନ୍ତ ଏଭଳି ପଦକ୍ଷେପକୁ ପ୍ରତ୍ୟହାର କରିବାକୁ ବୈଠକରେ ଦାବି ଉପସ୍ଥାପନା କରାଯାଇଥିଲା l ଆଗାମୀ ଦିନରେ ଏହା ଉପରେ ତୁରନ୍ତ ପଦକ୍ଷେପ ନନିଆଯାଏ ତେବେ ସାମ୍ବାଦିକମାନେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତି ନିଆଯିବାସହ ସମୂହ ଅଧିସୀକୃତି କାର୍ଡକୁ ସରକାରଙ୍କୁ ଫେରସ୍ତ କରିବାସହ ସରକାରୀ କାଯ୍ୟକ୍ରମକୁ ବର୍ଜନ କରିବାକୁ ବୈଠକ ରେ ନିଷ୍ପତି ନିଆଯାଇଛି l
ରାଜ୍ୟ ର ଅଧିସ୍ୱୀକୃତି ସାମ୍ବାଦିକ ମାନେ ନିଜର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ ପାଇଁ ଲୋକ ସେବା ଭବନ କୁ ଯିବା ଏକ ନିୟମିତ ବ୍ୟାପାର ଅଟେ, ଦୀର୍ଘ ଦିନର ପ୍ରଚଳିତ ଏଇ ଵେବସ୍ଥା ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଲାଗୁ କରାଯାଉଛି,ଲୋକ ସେବା ଭବନକୁ ପ୍ରବେଶ ହେବା ପାଇଁ ଅଧିସୀକୃତି ପରିଚୟ ପତ୍ର ଏଯାବତ ବ୍ୟବହାର ହୋଇ ଆସୁଥିଲା ମାତ୍ର ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଦୀର୍ଘ ପ୍ରଚଳିତ ଏଇ ବ୍ୟବସ୍ଥାକୁ ସରକାର ଉଛେଦ କରିଦେଇଛନ୍ତି l ଗୃହ ବିଭାଗ ଅନୁମୋଦିତ ଏକ ଭିନ୍ନ ପରିଚୟ ପତ୍ରକୁ ବେବହାର କରିବାକୁ ବାଧ୍ୟ କରାଯାଉଅଛି l
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ଏକ ପ୍ରତିବାଦ ଲେଖା ପଠାଯିବାର ନିଷ୍ପତି ହୋଇଛି l ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପ୍ରଧାନ, ପ୍ରସନ୍ନ ମହାନ୍ତି, ଅଭିନାଶ ମିଶ୍ର, ବିବେକାନନ୍ଦ ଜେନା , ପ୍ରିୟରଞ୍ଜନ ସାହୁ, ପାର୍ଥ ସାରଥୀ ଜେନା , ସର୍ବେଶ୍ୱର ବର୍ଦ୍ଧନ, ମହେଶ୍ୱର ରଥ, ସନ୍ଦୀପ ମିଶ୍ର, ମାଧବାନନ୍ଦ ବେଉରା, ବିଭୁତି ଭୂଷଣ କର, ଦେବ କାନ୍ତ ମହାପାତ୍ର, ବଳରାମ ପ୍ରସାଦ ନନ୍ଦ, ଦିଲୀପ ବିଶୋଇ, ରମେଶ ମହାନ୍ତି, ସନାତନ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ l