ସର୍ଟ୍ ଷ୍ଟେ’ ହୋମରେ ଗର୍ଭବତୀ ହୋଇଗଲେ ନାବାଳିକା ! ୨ ଜଣଙ୍କୁ ଥାନାକୁ ଆଣି ପୁଲିସର ପଚରାଉଚରା

ଭୁବନେଶ୍ୱର (ରାଜ୍ୟ କାହାଣୀ )କେନ୍ଦ୍ରାପଡ଼ାରେ ସୁଧାର ଗୃହରେ ନାବାଳିକା ଗର୍ଭବତୀ ଅଭିଯୋଗ, ୨ ଜଣଙ୍କୁ ଥାନାକୁ ଆଣି ପୁଲିସର ପଚରାଉଚରା । କେନ୍ଦ୍ରାପଡ଼ା ସଦର ଥାନା ସୁଧାର ଗୃହରେ ଥିବା ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗକୁ ନେଇ ବଢ଼ୁଛି ଚର୍ଚ୍ଚା ।ଅଭିଯୋଗରୁ ପ୍ରକାଶ, ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ୩ ବର୍ଷ ତଳେ ଉଦ୍ଧାର କରାଯାଇଥିଲା। ଏହା ପରେ ତାଙ୍କୁ ସହର ଉପକଣ୍ଠ ଅଞ୍ଚଳରେ ଥିବା ଏକ ସର୍ଟ ଷ୍ଟେ ହୋମରେ ଛଡ଼ା ଯାଇଥିଲା। ଏଠାରେ ସେ ପଞ୍ଚମରୁ ସପ୍ତମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିଲେ। ଗତ ଜୁନ ୨୫ ତାରିଖରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଥିଲା ।ଘରେ ରହିବା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଥିଲା କି ସେ ଗର୍ଭବତୀ ଅଛନ୍ତି। ଏହା ପରେ ପରିବାର ଲୋକେ ତାଙ୍କ ଝିଅ ସର୍ଟ ଷ୍ଟେ ହୋମରେ ରହିବା ମଧ୍ୟରେ ଗର୍ଭବତୀ ହୋଇଥିବା ଅଭିଯାଗ ଆଣିଥିଲେ। ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଦୁଇ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଛନ୍ତି। ଘଟଣାର ପ୍ରକୃତ କାରଣ ଏବଂ ନାବାଳିକା କିପରି ଗର୍ଭବତୀ ହେଲେ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

You might also like