ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ ! ୯୧ ଜଣ କଳାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗତ ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିରେ ୫ଟି ଆଦିବାସୀ ନୃତ୍ୟଦଳ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଶେଷକରି ଲାଞ୍ଜିଆ ସୌରା ନୃତ୍ୟ ରାଷ୍ଟ୍ରପତିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ୫ଟି ଦଳର ୯୧ ଜଣ କଳାକାରଙ୍କୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରାଯାଇଥିଲା।କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ ରାଷ୍ଟ୍ରପତି କହିଥିଲେ ଯେ, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯୁବ କଳାକାରମାନେ ମନ ଦେଇ ପାଠ ପଢ଼ିବା ସହ ନିଜେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବା ସହ ବାପା-ମାଆ ଓ ଆତ୍ମୀୟ ସ୍ୱଜନଙ୍କର ସୁନାମ ବୃଦ୍ଧି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ରାଷ୍ଟ୍ରପତି ଭବନ ପରିଦର୍ଶନ, ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭାବ ବିନିମୟ ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

You might also like