ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ।ଓଡିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଳେ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ୧୮ ଜୁନରେ ହେବ ରାଜ୍ୟସଭା ଉପ ନିର୍ବାଚନ ।ଦେବାଶିଷ ସାମନ୍ତରାୟ ବିଜେପିର ଟିକେଟ୍ ପାଇବା ପରେ ରାଜ୍ୟସଭା ଲଢ଼େଇ ଏବେ ସମ୍ପୂର୍ଣ୍ଣ ରୋଚକ ମୋଡ଼କୁ ଚାଲିଆସିଛି । ସଂଖ୍ୟାବଳ ଏବଂ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖିଲେ ଦେବାଶିଷଙ୍କ ଦିଲ୍ଲୀ ସଫର ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।