ଭୁବନେଶ୍ୱରରୁ ଅପହରଣ। ଯାଜପୁରରେ ଦୁଷ୍କର୍ମ
ଭୁବନେଶ୍ୱର (ରାଜ୍ୟ କାହାଣୀ )ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯାଜପୁର ଅଞ୍ଚଳର ଅଭିଯୁକ୍ତ ନିରଞ୍ଜନ ମଳିକକୁ ଗିରଫ କରାଯାଇଛି।
ଖବର ଅନୁଯାୟୀ, ଗତ ଜୁଲାଇ ୨୨ରେ ନାବାଳିକ ଜଣଙ୍କ ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିଥିଲା ପୋଲିସ । ଶେଷରେ ପୋଲିସ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ଜଣେ ଅଭିଯୁକ୍ତର ସଂପୃକ୍ତି ଥିବା ଜାଣିଥିଲା । ପରେ ଅଧିକ ତଦନ୍ତ କରିବାରୁ ଅପହରଣ ସହିତ ଦୁଷ୍କର୍ମର ଅଭିଯୋଗ ହୋଇଛି । ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ବିଏନ୍ଏସ୍ (BNS) ଧାରା ଏବଂ ପୋକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।ନାବାଳିକାଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ମାମଲାର ପରବର୍ତ୍ତୀ ତଦନ୍ତ କରାଯାଉଛି।