ଭିଜିଲାନ୍ସ ଜାଲରେ ମହିଳା ଆରଆଇ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାଉପଡ଼ା ଡିଭିଜନର ରାଜସ୍ବ ନିରିକ୍ଷିକା ସାଇ ଦର୍ଶିନୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏନେଇ ପୂର୍ବରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଗରାପୁର ସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଅଭିଯୋଗକାରୀ ଦୁଇଜଣଙ୍କ ମାଲିକାନାରେ ଥିବା ଏକ ଜମି କିଛିବର୍ଷ ପୂର୍ବେ କିଣିଥିଲେ । ମାତ୍ର ମ୍ୟୁଟେସନ ପାଇଁ ଗତ ମାସରେ ଆବେଦନ କରିଥିଲେ । ଏହାର ସମାଧାନ ପାଇଁ ଆରଆଇ ମ୍ୟାଡାମ ଲାଞ୍ଚ ମାଗୁଥିଲେ । ସେ ୧୦ ହଜାର ଟଙ୍କା ଦେଲେ ସମାଧାନ କରିଦେବେ ବୋଲି କହିଥିଲେ । ତେବେ ୫,୫୦୦ ଦେବା ବେଳେ ଆଗୁଆ ଖବର ପାଇଥିବା ଭିଜିଲାନ୍ସ ମାଡ଼ିବସିଥିଲା ।

You might also like