ବୁଧବାର ବଡ଼ଦେଉଳରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ ଦର୍ଶନ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ଅନୁଷ୍ଠିତ ହେବ ଏହି ଗୁପ୍ତ ନୀତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା।ଏହି ଅବସରରେ ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହୋଇଥାଏ ରତ୍ନଖଚିତ ସୁବର୍ଣ୍ଣ ଚିତା । ଗତ ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ମସ୍ତକରୁ ଏହି ଚିତାକୁ ସୁରକ୍ଷା ଦୃଷ୍ଟିରୁ ବାହାର କରିଦିଆଯାଇଥିଲା । ଦଇତାପତି ସେବକମାନେ ଭଣ୍ତାରମେକାପ ଓ ପାଟରା ବିଷୋୟୀ ସେବାୟତଙ୍କ ସହାୟତାରେ ଏହି ଚିତାକୁ ପୁଣି ଲାଗି କରିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ଅନେକ ପର୍ବ ଓ ଉତ୍ସବ ପାଳନ ହେଉଥିବା ବେଳେ ଚିତାଲାଗି ଅମାବାସ୍ୟା ଅନ୍ୟତମ ।

You might also like