ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍

ଭୁବନେଶ୍ୱର (ରାଜ୍ୟ କାହାଣୀ )ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ । ପ୍ରସନ୍ନଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କରି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ସକାଳୁ ଏକ ଫୋନ୍ କଲ୍ ଆସିବା ପରେ ଆକାଉଣ୍ଟ ହ୍ୟାକ୍ ହୋଇଛି। କେହି ଜଣେ ଦିଲ୍ଲୀରୁ ପାର୍ସଲ ଆସିଥିବା କହି ଠିକଣା ମାଗିବା ପରେ ଫୋନ୍ ହ୍ୟାକ୍ ହୋଇଯାଇଛି।। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି। ତାଙ୍କ ନମ୍ବରୁ ଆସୁଥିବା ଟଙ୍କା କିମ୍ବା ସାହାଯ୍ୟ ମାଗୁଥିବା କୌଣସି ଅନୁରୋଧକୁ ଗ୍ରହଣ ନ କରିବା ପାଇଁ ଆଚାର୍ଯ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି ଏବଂ ତାଙ୍କ ନମ୍ବର / ହ୍ୱାଟ୍ସଆପରୁ ଆସୁଥିବା କୌଣସି ସନ୍ଦେହଜନକ ମେସେଜର ଉତ୍ତର ନ ଦେବା ଦିଅନ୍ତୁ ନାହିଁ କିମ୍ବା ସେଥିରେ ଜଡ଼ିତ ନ ହେବା ପାଇଁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

You might also like