ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚରେ ବିବାହ କଲେ ବର କନ୍ୟା
ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚକୁ ଆସିଲେ କନ୍ୟା, ଭାଇରାଲ ହେଉଛି ଫିଲିପାଇନ୍ସର ଏହି ବିବାହ। ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡ଼େ କେବଳ ପାଣି ଆଉ ପାଣି। ଚର୍ଚ୍ଚ ଭିତରେ ମଧ୍ୟ ବନ୍ୟାଜଳ ଜମି ରହିଛି। ଏଭଳି ଭୟାବହ ପରିବେଶ ସତ୍ତ୍ବେ ଏହି ନବଦମ୍ପତି ନିଜର ପୂର୍ବ ନିର୍ଦ୍ଧାରିତ ବିବାହ ତାରିଖକୁ ବଦଳାଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ।ବନ୍ୟାର ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନମାନି ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନକୁ ଏପରି ଏକ ଅଭିନବ ଢ଼ଙ୍ଗରେ ସ୍ମରଣୀୟ କରିଥିବାରୁ ସୋସିଆଲ ମିଡିଆରେ ୟୁଜର୍ସମାନେ ଉଭୟ ବର ଓ କନ୍ୟାଙ୍କୁ ବେଶ ପ୍ରଶଂସା କରିବା ସହ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।