ବନ୍ୟାଞ୍ଚଳ ବୁଲିବେ BJDର ୩ ବରିଷ୍ଠ ନେତା
ଭୁବନେଶ୍ଵର (ରାଜ୍ୟ କାହାଣୀ )ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର ।ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି ।ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ବର ପାଇଁ BJDର ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତି ମିଳିଛି । ଯାଜପୁର ପାଇଁ ପ୍ରଦୀପ ଅମାତ, ଭଦ୍ରକ ପାଇଁ ଅରୁଣ ସାହୁ, ବାଲେଶ୍ୱର ପାଇଁ ସଞ୍ଜୟ ଦାସବର୍ମାଙ୍କୁ ନିଯୁକ୍ତ କରିଛି ଦଳ । ସେମାନେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କ ସହ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବେ ।