ପ୍ରମାଣପତ୍ରରେ ଡେରି କଲେ କାର୍ଯ୍ୟାନୁଷ୍ଠାନ, ସବୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ରରେ ଦେବାରେ ବିଳମ୍ବ କରିପାରିବେନି ଦାୟିତ୍ବରେ ଥିବା ଅଧିକାରୀ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆୟ, ଜାତିଗତ ଓ ବାସସ୍ଥାନ ଆଦି ପ୍ରମାଣପତ୍ର ଦେବାରେ ଡେରି ହେଲେ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଅତ୍ୟାବଶ୍ୟକ ଜନସେବାଗୁଡ଼ିକର ତୁରନ୍ତ ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ (ORTPSA) ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ଆବଶ୍ୟକ। ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲରେ ପ୍ରମାଣପତ୍ର ପାଇଁ ଆସିଥିବା ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ନିଆଯିବ | ଅତିରିକ୍ତ ଜିଲ୍ଲାପାଳ ପ୍ରତି ୭ ଦିନରେ ଓ ଜିଲ୍ଲାପାଳ ପ୍ରତି ୧୫ ଦିନରେ ତହସିଲ ସ୍ତରୀୟ ସମୀକ୍ଷା ବୈଠକ କରିବେ ତେବେ
ରାଜସ୍ୱ ଆୟୁକ୍ତ ପ୍ରତି ମାସରେ ତହସିଲ ସ୍ତରୀୟ ସମୀକ୍ଷା ବୈଠକ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

You might also like