ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡ଼ିଆ, ଜଣେ ନିଖୋଜ

ଶ୍ରାବଣ ସୋମବାରରେ ଅଘଟଣ । ଅନୁଗୋଳରେ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଲିଙ୍ଗରା ନାଳରେ ଭାସିଗଲେ ଦୁଇ କାଉଡ଼ିଆ। ଟିପରସିଂହା ମନ୍ଦିରରେ ଜଳାଭିଷେକ ପାଇଁ ପାଣି ନେବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ବେନ୍ତପୁର ଗାଁର ଆୟୁଷ କୁମାର ରଥଙ୍କୁ ଉଦ୍ଧାର କରିବା ପାଇଁ ଅନୁଗୋଳ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଆୟୁଷଙ୍କ କୌଣସି ପତ୍ତା ମିଳିନାହିଁ।

You might also like