ପେପର ଲିକ୍ ମାମଲାରେ ଆଇନ ହେବ କଠୋର, ଭୋଗିବାକୁ ପଡ଼ିବ ଦଣ୍ଡ

ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଜାରି ଆନ୍ଦୋଳନ ଭିତରେ ଶୁକ୍ରବାର କେନ୍ଦ୍ର ସରକାର ଉଭୟ ମୋର୍ଚ୍ଚାରେ ସକ୍ରିୟତା ଦେଖାଇଛନ୍ତି । ଆଜି କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆଧିକ କଠୋର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାର ଆସନ୍ତା ସପ୍ତାହରେ ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଧେୟକକୁ ସଂସଦରେ ଉପସ୍ଥାପନା କରିବାକୁ ପ୍ରସ୍ତୁତି କରୁଛନ୍ତି । ନୂତନ ବିଲରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇପାରେ।ମୋଦି କ୍ୟାବିନେଟ୍ ପେପର ଲିକ୍ ସଂଶୋଧନ ବିଲ୍ କୁ ମଞ୍ଜୁରୀ ଦେଇଛି। ଶୁକ୍ରବାର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ବିଲ୍ ରେ ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟି ଜରିମାନାର ବ୍ୟବସ୍ଥା କରାଯାଇଛି ।

You might also like