ପୁଣି ଖୋଲିଲା ହୀରାକୁଦର ଆଉ ୪ ଗେଟ୍
ଭୁବନେଶ୍ୱର (ରାଜ୍ୟ କାହାଣୀ )ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି ଆହୁରି ୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ମୋଟ ୮ଟି ଗେଟ୍ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି।ଖୋଲା ଯାଇଥିବା ମୋଟ ୮ଟି ସ୍ଲୁଇସ ଗେଟ ମଧ୍ୟରୁ ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।୮ଟି ସ୍ଲୁଇସ ଗେଟ ଜରିଆରେ ୧ ଲକ୍ଷ ୨୧ ହଜାର ୨୦୦ ଘନଫୁଟ ଏବଂ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ମାଧ୍ୟମରେ ମୋଟ ୩୪,୪୭ ଘନଫୁଟ ଜଳ ନିଷ୍କାସିତ ହେଉଛି।