ପାଣ୍ଡିଆନଙ୍କୁ ନୋଟିସ ନେଇ ବର୍ଷିଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ରିପୋର୍ଟ ଏବଂ SUM ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ RDC ତଦନ୍ତ ରିପୋର୍ଟ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି। ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ CMO ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରି ଫାଇଲ ନିଖୋଜ ଘଟଣାର ସୂତ୍ର ଖୋଜୁଛି ପୋଲିସ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ ଦିଆଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲୀ। ସେ କହିଛନ୍ତି ଯେ, ଲୋକଙ୍କ ଆକ୍ରୋଶମୂଳକ ଦୃଷ୍ଟିଭଙ୍ଗୀକୁ ବଦଳାଇବା ପାଇଁ ସରକାର ଏଭଳି ପ୍ରୟାସ କରୁଛନ୍ତି। ଫାଇଲ ଖୋଜିବା ପାଇଁ ସରକାରଙ୍କୁ ଦୁଇ ବର୍ଷ ଲାଗିଗଲା। ପୂର୍ବରୁ ଦୁଇ ଜଣଙ୍କୁ ନୋଟିସ କରାଯାଇଥିଲା, ସେତେବେଳେ ସମସ୍ତଙ୍କୁ ନୋଟିସ କରିବାରେ କିଛି ସମସ୍ୟା ନଥିଲା। ଏବେ ସରକାରୀ ଦଳର ପ୍ରଶାସନିକ ଅବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ଏବଂ ମହିଳାମାନେ ଅସୁରକ୍ଷିତ। ଯୁବ ଓ ଛାତ୍ରସମାଜର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି। ଲୋକଙ୍କ ଆକ୍ରୋଶକୁ ଭିନ୍ନ ମୋଡ଼ ଦେବା ପାଇଁ ବିଜେପି ଏଭଳି ଉଦ୍ୟମ କରୁଛି। ତେବେ ଭବିଷ୍ୟତରେ କ’ଣ ହେବ, ସେଥିପାଇଁ ବିଜେଡି ଆଦୌ ବିବ୍ରତ ନୁହେଁ। ରାଜ୍ୟର ଅଗଣିତ ନାଗରିକ ଭଲ ଭାବେ ଜାଣିଛନ୍ତି, କେଉଁଟି ଠିକ୍ ଓ କେଉଁଟି ଭୁଲ।

You might also like