ପହଲଗାମ ଆତଙ୍କୀ ଆକ୍ରମଣ ମାମଲା: ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି
ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ ନେଇଛି ଜାତୀୟ ତଦନ୍ତ ସଂସ୍ଥା (NIA)। ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA କୋର୍ଟ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି। ଏନଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବାର ଦୁଇ ଦିନ ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚାର୍ଜସିଟରେ ଦର୍ଶାଯାଇଛି, ଲସ୍କର ଏତୋଇବାର ଶାଖା ଆତଙ୍କବାଦୀ ସଂଗଠନ ହେଉଛି ଦ ରେଜିସଷ୍ଟାଣ୍ଟ ଫ୍ରଣ୍ଟ ।ଏହି ନିଷିଦ୍ଧ ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ଗତ ବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମରେ ନାରକୀୟ କାଣ୍ଡ ଭିଆଇଥିଲେ । ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳି କରି ହତ୍ୟା କରିଥିଲେ । ଆତଙ୍କିବାଦୀ ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପାଇଁ ହାଫିଜ ସୟିଦ ଷଡ଼ଯନ୍ତ୍ରଣ କରିଥିବା ଏନଆଇ ତଦନ୍ତ ବେଳେ ଜଣାପଡ଼ିଛି । ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦ, ମୁମ୍ୱାଇ ଆକ୍ରମଣ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ।