ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ୱାଙ୍ଗଚୁକ କହିଲେ– “ଏହା ଗଣତନ୍ତ୍ରର ବିଜୟ”

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସୋନମ ୱାଙ୍ଗଚୁକ ନିଜ ପ୍ରଥମ ପ୍ରତିକ୍ରିୟାରେ ଏହାକୁ ଗଣତନ୍ତ୍ରର ଏକ ବଡ଼ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ସେ ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଏହା ଲୋକତନ୍ତ୍ରରର ବିଜୟ । ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ । ସେ ଆନ୍ଦୋଳନରେ ସାମିଲ ହୋଇଥିବା CJP ଏବଂ ଦେଶର ଜେନ୍ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଆରମ୍ଭ । ଏବେ ସରକାରଙ୍କ ଦାୟିତ୍ୱ ହେଉଛି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା, ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା । ଲୋକମାନେ ଭୟ ଏବଂ ଭୟର ଭୟକୁ ତ୍ୟାଗ କରି ଦେଶର ପ୍ରତ୍ୟେକ କୋଣରୁ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି । ଆପଣ ସମସ୍ତଙ୍କୁ ଧନ୍ୟବାଦ ।

You might also like