ଦ୍ୱିତୀୟ ଦିନରେ ୩ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଛି

ଭୁବନେଶ୍ୱର (ରାଜ୍ୟ କାହାଣୀ )ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ। ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନୀତିକୁ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ସକାଳୁ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ହୋଇଛି। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ନାକଚଣା ଦ୍ବାର ନିକଟକୁ ନିଆଯିବ। ଦକ୍ଷିଣମୋଡ଼ ନୀତିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥ ଚାରିପାଖରେ ବ୍ୟାରିକେଡିଂ, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

You might also like