ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ, ଶରଦ୍ଧାବାଲି ଅଭିମୁଖେ ୩ ରଥ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଆଜି ନିଜ ଭକ୍ତଙ୍କ ଏତେ ନିକଟକୁ ଆସିଛନ୍ତି—ଏହାଠାରୁ ବଡ଼ ସୌଭାଗ୍ୟ ଆଉ କ’ଣ ହୋଇପାରେ? ଏହି ଦିବ୍ୟ ମୁହୂର୍ତ୍ତରେ ଲାଗୁଛି, ପ୍ରକୃତି ମଧ୍ୟ ମହାପ୍ରଭୁଙ୍କ ଲୀଳାରେ ସାମିଲ ହୋଇଛି । ବର୍ଷାର ଟୋପା, ଭକ୍ତଙ୍କ ଅଶ୍ରୁ ଓ ହୃଦୟର ଭାବ—ସବୁ ଏକାକାର ହୋଇଯାଇଛି । ବଡ଼ଦାଣ୍ଡ ଆଜି କେବଳ ଏକ ରାସ୍ତା ନୁହେଁ, ଏହା ପାଲଟିଛି ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକତାର ଏକ ମହାସଙ୍ଗମ । ଏହି ଅପୂର୍ବ ଦୃଶ୍ୟ ହିଁ ରଥଯାତ୍ରାର ମହିମା, ଯାହା ପ୍ରତିବର୍ଷ କୋଟି କୋଟି ହୃଦୟକୁ ମହାପ୍ରଭୁଙ୍କ ସହ ଯୋଡ଼ି ଦେଇଥାଏ ।ଗତକାଲି ଅବିଶ୍ରାନ୍ତ ବର୍ଷା ପରେ ଆଜି ପାଗ ଫିଟିଛି। ପୁରୀରେ ଶୁଖିଲା ପାଗ ରହିଛି। ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଛି। ମନ ଆନନ୍ଦରେ ଶ୍ରଦ୍ଧାଳୁମାନେ ରଥ ତ୍ରୟକୁ ଟାଣି ନେଉଛନ୍ତି।

You might also like