ତୁମ ଅନ୍ତ ନ ଦେଖିବା ଯାଏଁ ଜୀବିତ ରହିବି, ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ମମତା କହିଛନ୍ତି, କୌଣସି ବୟସକୁ ନେଇ ଅପମାନିତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ନିର୍ବାଚନ ପରିଣାମ ପରେ ବିଜେପିର କିଛି କର୍ମକର୍ତ୍ତା ମୋର ମୃତ୍ୟୁ ଜଲଦି ହେଉଯାଉ, ମୋତେ ହାର୍ଟ ଆଟାକ ହୋଇଯାଉ ବୋଲି କାମନା କରିଥିଲେ । କିନ୍ତୁ ମୁଁ ସେମାନଙ୍କୁ ଜଣାଇଦେବାକୁ ଚାହୁଁଚି କି, ଯେଉଁ ପର୍ଯ୍ୟନ୍ତ ତୁମର ଅନ୍ତ ନ ଦେଖିଛି, ସେଯାଏଁ ମୁଁ ବଞ୍ଚିଛି । ମୁଁ ସାଧାରଣ ଲୋକ ଏବଂ ଶ୍ରମିକଙ୍କ ପାଇଁ ଲଢିବି । ମୋ ପାଖରେ ବହୁତ କାର୍ଯ୍ୟକର୍ତ୍ତା ରହିଛନ୍ତି । ଅନେକ ନୂଆ ଲୋକ ମୋ ସହିତ ଜଡିତ ହେବେ । ସୂଚନାମୁତାବକ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ TMC ପାଇଁ ବଡ଼ ଝଟକା ହୋଇଥିଲା। ୧୫ ବର୍ଷ ଧରି କ୍ଷମତାରେ ଥିବା ଦଳ ମାତ୍ର ୮୦ଟି ଆସନରେ ସୀମିତ ରହିଥିବାବେଳେ ବିଜେପି ୨୦୮ଟି ଆସନ ଜିତି ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା। ମମତା ବାନାର୍ଜୀ ମଧ୍ୟ ନିଜର ପାରମ୍ପରିକ ଭବାନୀପୁର ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୧୫ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ।

You might also like