ଜୁଲାଇ ୧୮ରୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ , ଯାତ୍ରୀ ନିରାଶ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ। ଗତ ଜୁଲାଇ ମାସରୁ ଠପ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା। ଆବୁ ଧାବି,ବ୍ୟାଙ୍କକ ,ଦୁବାଇ ଓ ସିଙ୍ଗାପୁର ଭଳି ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି। ଏନେଇ ନିର୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ମଧ୍ୟ ତୈଳ ଦର ବୃଦ୍ଧି ଯୋଗୁଁ ଏପରି ହୋଇଥିବା ଜଣାପଡିଛି।ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବା ବେଳେ ଚଳିତ ବର୍ଷର ସମର ସିଡ୍ୟୁଲରେ ଏହା ୧୯ଟି ସହରକୁ ଖସିଆସିଥିଲା । ଏହାରି ମଧ୍ୟରେ ଭୁବନେଶ୍ୱରରୁ ଚାଲୁଥିବା ଏକମାତ୍ର ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଅକ୍ଟୋବରରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବାର ଆଶା ରହିଥିବା କହିଛନ୍ତି, ଭୁବନେଶ୍ୱର ଅନ୍ତର୍ଜାତୀୟ ବୀମାନବନ୍ଦରର ଅପରେସନ୍ ଡିଜିଏମ୍ ଉମାକାନ୍ତ ପଟେଲ୍ ।ଅନ୍ୟପଟେ, ଟ୍ରାଭେଲ୍ ଏଜେନ୍ସି ଗୁଡ଼ିକ ମଧ୍ୟ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ବିଦେଶ ଯାତ୍ରା କରୁଥିବା ଅନେକ ଯାତ୍ରୀ ବର୍ତ୍ତମାନ କୋଲକାତାରୁ ଟିକେଟ୍ କରିବାକୁ ବାଧ୍ୟ ହେଉଛନ୍ତି । ଏହା ଯାତ୍ରୀଙ୍କ ପାଇଁ ଅଧିକ ସମୟ ଓ ଅତିରିକ୍ତ ଖର୍ଚ୍ଚର କାରଣ ହେଉଛି ।ଦେଶର ୧୩ତମ ଗହଳୀପୁର୍ଣ୍ଣ ବିମାନ ବନ୍ଦର ଭାବେ ଭୁବନେଶ୍ୱର ବିମାନବନ୍ଦର ପରିଗଣିତ ହେଉଛି। ବିମାନ ବନ୍ଦର ଟର୍ମିନାଲ ବୃଦ୍ଧି ଚିନ୍ତା ହେଉଥିବା ବେଳେ ବିମାନ ବନ୍ଦରକୁ ଆନ୍ତର୍ଜାତିକ ଚଳାଚଳ ସେବା ଠପ୍ ହେବା ଅନେକଙ୍କୁ ଏବେ ନିରାଶ ଆଣିଦେଇଛି।

You might also like