ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ଦୁର୍ଘଟଣାରେ ମିଳିବ ୨ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର (ରାଜ୍ୟ କାହାଣୀ )ଦୁର୍ଘଟଣା ପ୍ରାୟତଃ ଜୀବନହାନି, ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଅସ୍ଥାୟୀ ଅକ୍ଷମତା ଇତ୍ୟାଦି ଆଣିଥାଏ। ଯାହା ଫଳରେ ଜଣେ ଛାତ୍ରଙ୍କ ଶିକ୍ଷାକୁ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ।ଏପରି ପରିସ୍ଥିତିରେ ତୁରନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସଂସ୍ଥାରୁ ଛାତ୍ରମାନଙ୍କ ପାଇଁ ଅନୁଦାନ ଏବଂ ଦୁର୍ଘଟଣା ସହାୟତା ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଭଲ ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା । ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା । ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ ।ଅନୁକମ୍ପା ସହାୟତା ରାଶି ମା’ କିମ୍ବା ବାପାଙ୍କୁ ପ୍ରଦାନ କରାଯିବ।ଅପରପକ୍ଷରେ ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।ସହୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଜରୁରୀ।ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।