ଖୋଲିବ ଜାହାଜ ବୁଡ଼ି ଗୁମର, ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟ ଆସିବେ ପାରାଦୀପ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଆସୁଛନ୍ତି । ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିୟୁ ସଦସ୍ୟ। ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି।ପାରାଦୀପ ବନ୍ଦରଠୁ ପ୍ରାୟ ୪୭୦ ନଟିକାଲ୍‌ ମାଇଲ୍‌ ଦୂରରେ ଗଭୀର ସମୁଦ୍ରରେ ଓସେନ ୱିନର୍‌ ଜାହାଜ ବୁଡି ଘଟଣାକୁ ଆଜିକୁ ୬ ଦିନ ବିତିଗଲାଣି । ପ୍ରଥମ ଦିନ କେବଳ ୨ ଜଣ କ୍ର‌୍ୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଚିକିତ୍ସା କରାଯାଉଥିଲା । ଅନ୍ୟ ୨୨ ଜଣ କ୍ର‌୍ୟୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କ ପତ୍ତା ମିଳୁନଥିବା ବେଳେ ଏବେ ବି ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି । ତେବେ ଉଦ୍ଧାର ଦୁଇ ଜଣଙ୍କଠୁ ଜାହାଜ ବୁଡ଼ି ସମୟର ପୂରା ଘଟଣା ସଂଗ୍ରହ କରିବା ସହିତ ଘଟଣା ଦିନ ବାବଦରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।

You might also like