କୋଠାର ବାହାର, ବର୍ଡର ଓ ଗ୍ରୀଲ ଗୁଡିକର ରଂଗ ପାଇଁ ପ୍ରକାଶ ପାଇଲା ନିର୍ଦ୍ଦେଶନାମା
ରାଜ୍ୟ କାହାଣୀ (ଭୁବନେଶ୍ୱର )ସରକାରୀ କୋଠାର ରଙ୍ଗ ବଦଳିବ । ଆଗକୁ ନିର୍ମାଣ ହେବାକୁ ଥିବା ସବୁ କୋଠାର ରଙ୍ଗ ବଦଳିଯିବ । ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି।ସରକାରୀ ଉଦ୍ୟୋଗର କୋଠାକୁ ମଧ୍ୟ ଗେରୁଆ ରଙ୍ଗ ଦିଆଯିବ। ସରକାରୀ କୋଠା ଲାଗି ୩ଟି କଲର କୋଡ୍ ଜାରି ହୋଇଛି। ବାହାର କାନ୍ଥ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ। ଏହି ରଙ୍ଗ ହେଉଛି ଇଷତ୍ ଗେରୁଆ।
କୋଠାର ବର୍ଡର ପାଇଁ ଆରଜିବି ମିକ୍ସ ରଙ୍ଗ ବ୍ୟବହାର କରାଯିବ। ଏଥିସହ ସରକାରୀ କୋଠାର ଗ୍ରୀଲ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ ବୋଲି ପୂର୍ତ୍ତ ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛି।କୋଠାର ବାହାର, ବର୍ଡର ଓ ଗ୍ରୀଲ ଗୁଡିକ କେଉଁ ରଙ୍ଗର ହେବ ସେ ନେଇ ପ୍ରକାଶ ପାଇଛି ନିର୍ଦ୍ଦେଶନାମା ।