ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ!

UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି ସେ ଏଭଳି ନୂଆ ଟେକ୍ନୋଲୋଜି ଉପରେ କାମ କରୁଛି, ଯାହାଫଳରେ ବିନା ଇଣ୍ଟରନେଟ୍‌ରେ ମଧ୍ୟ ଦୋକାନ, ଫ୍ଲାଇଟ୍ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ୟୁପିଆଇ ପେମେଣ୍ଟ କରିହେବ। ଯଦି ଏହି ସୁବିଧା ଆରମ୍ଭ ହୁଏ, ତେବେ ଖରାପ ନେଟଓ୍ବର୍କ କିମ୍ବା ଇଣ୍ଟରନେଟ୍ ନହେବା କାରଣରୁ ପେମେଣ୍ଟ ଫେଲ୍ ହେବାର ସମସ୍ୟା ଦୂର ହୋଇଯିବ।ପ୍ରାରମ୍ଭିକ ଭାବରେ, ଏହା ପ୍ରତି କାରବାର ପାଇଁ ୨,୦୦୦ ପର୍ଯ୍ୟନ୍ତ ପେମେଣ୍ଟ କରିବାକୁ ଅନୁମତି ଦେବ। ଏହାକୁ ବ୍ୟବହାର କରିବା ପାଇଁ, ବ୍ୟବହାରକାରୀମାନଙ୍କୁ ପ୍ରଥମେ ଇଣ୍ଟରନେଟ ସହିତ ସଂଯୋଗ ଥିବା ସମୟରେ ସେମାନଙ୍କର UPI ଲାଇଟ ୱାଲେଟରେ ପାଣ୍ଠି ଲୋଡ କରିବାକୁ ପଡିବ। ପରବର୍ତ୍ତୀ ସମୟରେ ଇଣ୍ଟରନେଟ ସଂଯୋଗ ବିନା ସେହି ବାଲାନ୍ସ ବ୍ୟବହାର କରି ପେମେଣ୍ଟ କରାଯାଇପାରିବ। ପ୍ରତ୍ୟେକ କାରବାର ପାଇଁ UPI PIN ପ୍ରବେଶ କରିବାର ଆବଶ୍ୟକତାକୁ ଦୂର କରିବା ପାଇଁ ସେଟିଂସ ମଧ୍ୟ ଉପଲବ୍ଧ ହେବ।ଆଜି ବି ବହୁବାର ବିମାନରେ କିମ୍ବା ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ଇଣ୍ଟରନେଟ୍ ଚାଲିନଥାଏ। ଏଭଳି ସ୍ଥିତିରେ ଡିଜିଟାଲ ମେମେଣ୍ଟ କରିବା କଷ୍ଟକର ହେବ। NPCI ର ଏହି ଫିଚର ବିଶେଷ ଭାବରେ ଆଣିବାକୁ ଯାଉଛି। ଯେଉଁଠି ନେଟଓ୍ବର୍କ ନାହିଁ, ସେହି ସ୍ଥାନରେ ଏହାକୁ ବ୍ୟବହାର କରିହେବ। NPCI ଖୁବ୍ ଶୀଘ୍ର ଏଭଳି ଟର୍ମିନାଲ୍ସର ସାର୍ଟିଫିକେସନ୍ ଆରମ୍ଭ କରିପାରେ। ଏହାପରେ ବ୍ୟାଙ୍କ ଓ ୟୁପିଆଇ ଆପ୍ କମ୍ପାନୀ ମଧ୍ୟ ନିଜର ଆପ୍‌ରେ ଏଭଳି ସୁବିଧା ଯୋଡି ପାରିବେ।

You might also like