ଆହୁରି କଡ଼ା ହେବ ଅଗ୍ନି ନିରାପତ୍ତା ନିୟମ : ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଯାଞ୍ଚ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ଏବଂ ଅଗ୍ନି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅଗ୍ନି ନିରାପତ୍ତା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ ବୋଲି ଫାୟାର ଅଫିସର ଦେବେନ୍ଦ୍ର ସୂଚନା ଦେଇଛନ୍ତି।

ଶିଳ୍ପ ପ୍ରତିଷ୍ଠାନ, ବାଣିଜି୍ୟକ ପ୍ରତିଷ୍ଠାନ, ଚିକିତ୍ସାଳୟ ଗୁଡ଼ିକରେ ଅଗ୍ନି ସୁରକ୍ଷା ଯାଞ୍ଚ କରଯିବ। ଯାଞ୍ଚବେଳେ କୌଣସି ଅବହେଳା ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ମାସିକିଆ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଏବଂ ବିଭିନ୍ନ କର୍ମଶାଳା ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।ଏହି ଏକମାସିଆ ଅଭିଯାନ ମଧ୍ୟରେ ଅଗ୍ନି ସୁରକ୍ଷା ସୁପରଭାଇଜର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗକୁ ନେଇ କର୍ମଶାଳାର ଆୟୋଜନ କରାଯିବ ।ରାଜ୍ୟର ବିଭିନ୍ନ ସ୍ଥାନରୁ ଅଗ୍ନି ସଚେତନତା ଓ ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ କମାଣ୍ଡ ସେଣ୍ଟର କାର୍ଯ୍ୟ କରିବ । ଏଥିସହ ଅଗ୍ନି ପ୍ରତିରୋଧକ ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର, ଡାଟାବେସ୍ ଏବଂ ମୋବାଇଲ୍ ଆପ୍‌ର ଶୁଭାରମ୍ଭ କରାଯିବ ।

You might also like