ଆସନ୍ତା ୪ଦିନ ଭୟଙ୍କର ତାତି

ରାଜ୍ୟ କାହାଣୀ (ଭୁବନେଶ୍ଵର),ପ୍ରଚଣ୍ଡ ଖରା ତାତି ଓ ଗୁଳୁଗୁଳିରେ ଜଳୁଛି ସାରା ଓଡ଼ିଶା ।ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସମ୍ୱଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ରେଡ୍‌ ୱାର୍ଣ୍ଣିଂ  ଜାରି। ୨୯ ଯାଏ ପଶ୍ଚିମ ଓଡ଼ିଶାର ସବୁଠି ତାତି ୪୫-୪୬ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

You might also like